ଆଇପିଏଲ୍ ୨୦୨୦ ଶେଷ ହୋଇଛି। ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଛନ୍ତି। ଏଥିରେ ସାମିଲ ଅଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ଯିବା ପରେ ଭାରତ ଫେରିଆସିଛନ୍ତି ତାଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା। ସେ ଭାରତ ଫେରିଆସିଚନ୍ତି ସତ, କିନ୍ତୁ ତାଙ୍କର ଏବେ କୋଉଠି ଭଲ ଲାଗୁନାହିଁ। ସେ ଦିନରାତି ଚହଲଙ୍କୁ ଝୁରୁଛନ୍ତି। ନିଜ ମନ କଥା ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ଚହଲଙ୍କ ସହ ଭିଡିଓ କଲ୍ର କଥା ହେବାବେଳର ଏକ ସ୍କ୍ରିନ୍ ଶଟ୍ ନେଇ କହଛନ୍ତି, ବହୁତ ଶୀଘ୍ର ଦେଖାହେବ। ଅନ୍ୟ ଏକ ଫଟୋରେ ସେ ଖାଉଥିବାବେଳେ ତାଙ୍କୁ ବହୁତ ମିସ୍ କରୁଥିବା ଲେଖିଛନ୍ତି। ସୂଚନାଯୋଗ୍ୟ, ଚହଲ ଆଇପିଏଲ୍ ଖେଳୁଥିବାବେଳେ ଧନଶ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ତାଙ୍କୁ ଚିୟ କରୁତବବା ଦେଖାଯାଇଥିଲା। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଉଥିବାରୁ ଦନଶ୍ରୀ ଭାରତ ଫେରିଆସିଛନ୍ତି। ଗତ ଅଗଷ୍ଟ ମାସରେ ଧନଶ୍ରୀ ଏବଂ ଚହଲଙ୍କ ମଧ୍ୟରେ ନିର୍ବନ୍ଧ ଶେଷ ହୋଇଥିଲା। ଧନଶ୍ରୀ ପେଶାରେ ଜଣେ ଡାକ୍ତର। କିନ୍ତୁ ସେ ଜଣେ ୟୁଟ୍ୟୁବର୍ ଭାବେ ଲୋକପ୍ରିୟତା ହାସଲ କରିଛନ୍ତି।