ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ

ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍‌ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ ଦେଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ହେବାକୁ ଦିଆଯିବ ନାହିଁ ବୋଲି ପନ୍ନୁ ଚେତାବନୀ ଦେଇଛନ୍ତି।
ସୂଚନାଥାଉ କି, ପନ୍ନୁ କାନାଡାରୁ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ୧୯୮୪ର ଶିଖ୍‌ ଦଙ୍ଗା ଓ ୨୦୦୨ର ଗୁଜରାଟ ଦଙ୍ଗା ବିଷୟରେ ବର୍ଣ୍ଣନା କରାଯାଇଛି। ଏପରି ଭିଡିଓ ଜାରି କରି ପନ୍ନୁ ଶିଖ୍‌ ଓ ମୁସଲିମ ସମୁଦାୟଙ୍କ ଭିତରେ ଦଙ୍ଗା ଉସକାଇବା ପାଇଁ ଚେଷ୍ଟା କରିଛନ୍ତି।

Share