Categories: ଜାତୀୟ

ଜନସଂଖ୍ୟାରେ ଚାଇନା ଠାରୁ ଟପିଲେ ମଧ୍ୟ ବେରୋଜଗାରୀରେ ପଛରେ ଅଛି: କପିଲ ସିବଲ

ନୂଆଦିଲ୍ଲୀ, ୨୦।୪: ଭାରତ ଚାଇନାକୁ ପଛରେ ପକାଇ ଏବେ ବିଶ୍ୱର ଜନବହୁଳ ଦେଶ ଭାବେ ପରିଗଣିତ ହୋଇଛି। ତେବେ ଏ ନେଇ ବରିଷ୍ଠ ଆଇନଜୀବୀ କପିଲ ସିବଲ ଜାତିସଂଘର ଏହି ତଥ୍ୟକୁ ଭାରତର ଜିଡିପି ଚାଇନା ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତ ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ଯାଇଛି। କିନ୍ତୁ ଜିଡିପି, ବେରୋଜଗାରୀ ଏବଂ ବାର୍ଷିକ ମୁଦ୍ରାସ୍ଫୀତିର ଆକଳନ ଅନୁଯାୟୀ ପଡୋଶୀ ଦେଶ ଚାଇନା ଠାରୁ ବହୁ ପଛରେ ଅଛି।
ଏଠାରେ କହି ରଖୁଛୁ ଯେ, ଚାଇନାର ସମୁଦାୟ ଜନସଂଖ୍ୟା ୧୪୨.୫୭କୋଟି ହୋଇଥିବାବେଳେ ଭାରତର ଜନସଂଖ୍ୟା ୧୪୨.୮୬କୋଟିରେ ପହଞ୍ଚିଛି।

Share