Categories: ଖେଳ

କେପ୍‌ଟାଉନ୍‌ ଟେଷ୍ଟ ବିଜୟ ପରେ ଶୀର୍ଷକୁ ଫେରିଲା ଭାରତ

ନୂଆଦିଲ୍ଲୀ,୫।୧୨: କେପ୍‌ଟାଉନ୍‌ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା। ଏହି ଐତିହାସିକ ବିଜୟ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ବ ଟେଷ୍ଟ ଚାମ୍ପିୟନ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି।

ହେଲେ ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ ପରେ ତାଲିକାର ପଞ୍ଚମ ସ୍ଥାନକୁ ଖସି ଆସିଥିଲା। କେପ୍‌ଟାଉନ୍‌ ଟେଷ୍ଟ ବିଜୟ ପରେ ଭାରତ ଡବ୍ଲ୍ୟୁଟିସି ଟେବୁଲ ତାଲିକାରେ ଉନ୍ନୀତ ହୋଇ ଶୀର୍ଷକୁ ଫେରିଛି। ଭାରତ ପଛକୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶର ବିଜୟ ପ୍ରତିଶତ ୫୦ ପ୍ରତିଶତ ଥିବା ବେଳେ କ୍ରମାନ୍ବୟରେ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି।

Share