ସ୍ବିଡେନରେ କୁରାନ ଜଳେଇବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲା ଭାରତ, ବିରୋଧ କଲା ଆମେରିକା

ନ୍ୟୁୟର୍କ,୧୩।୭: ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପାକିସ୍ତାନକୁ ସମର୍ଥନ କରିଛି ଭାରତ। ଜାତିସଂଘର ମାନବାଧିକାର ପରିଷଦରେ ଏହି ଘଟଣାରେ ଭାରତ ପାକିସ୍ତାନକୁ ସମର୍ଥନ କରିଛି। କୁରାନ ଜଳେଇବା ଘଟଣାକୁ ବିରୋଧ କରି ପାକିସ୍ତାନ ଜାତିସଂଘରେ ୟୁଏନଏଚଆରସିରେ ଏକ ପ୍ରସ୍ତାବ ଦେଇଥିଲା। ଯାହାର ସପକ୍ଷରେ ଭାରତ ଭୋଟିଂ କରିଛି। ଏହି ଘଟଣାକୁ ସମସ୍ତ ଇସଲାମିିକ ଦେଶ ସହିତ ୟୁରୋପୀୟ ସଂଘ, ପୋପ ଫ୍ରାନ୍ସିସ ଏବଂ ଖୋଦ୍‌ ସ୍ବିଡେନ ସରକାର ନିନ୍ଦା କରିଛନ୍ତି। ଯିଏକି କୁରାନ ଜଳେଇବା ପାଇଁ ସେହି ବ୍ୟକ୍ତିଙ୍କୁ ଅନୁମତି ଦେଇଥିଲେ। ସେହିପରି ଆମେରିକା, ବ୍ରିଟେନ, ବେଲଜିୟମ, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଏବଂ ଫିନଲାଣ୍ଡ ଏବଂ ୟୁରୋପୀୟ ୟୁନିଅନ ସମେତ ଅନେକ ପାଶ୍ଚାତ୍ୟ ଦେଶ ବାକ୍‌ ସ୍ବାଧୀନତାକୁ ଦର୍ଶାଇ ଏହା ବିରୋଧରେ ଭୋଟ ଦେଇଛନ୍ତି।

Share