Categories: ଖେଳ

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୭୮/୬

ଚଟ୍ଟଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୬ ଉଇକେଟ ହରାଇ ୨୭୮ ରନ୍‌ କରିଛି। ଶ୍ରେୟାସ ଆୟର ୮୨ରେ ଖେଳୁଛନ୍ତି।
ଭାରତୀୟ ଅଧିନାୟକ ଲୋକେଶ ରାହୁଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଗିଲଙ୍କ ସହିତ ଏକ ଭଲ ଆରମ୍ଭ କରିଥିଲେ। ତେବେ ୨୦ ରନ ସ୍କୋର କରିବା ପରେ ଗିଲ ଆଉଟ୍‌ ହୋଇଥିଲେ। ଏହି ସମୟରେ ଦଳର ସ୍କୋର ୪୧ ରନ ଥିଲା। ଗିଲ ପାଭିଲିୟନକୁ ଫେରିବା ମାତ୍ରେ ରାହୁଲ ଏବଂ ବିରାଟ କୋହଲିଙ୍କୁ ମଧ୍ୟ  ନିଜ ଉଇକେଟ୍‌ ହରାଇଥିଲେ। ୪୮ ରନରେ ୩ଟି ଉଇକେଟ ହରାଇବା ପରେ ଭାରତୀୟ ଦଳ ଅସୁବିଧାରେ ପଡ଼ିଥିଲା। ଏହା ପରେ ପନ୍ତ ଏବଂ ପୂଜାରା ଭାରତୀୟ ଇନିଂସ ପରିଚାଳନା କରିଥିଲେ, ଉଭୟ ଚତୁର୍ଥ ଉଇକେଟ ପାଇଁ ୬୪ ରନ ଭାଗିଦାରୀ ବାଣ୍ଟିଥିଲେ। ଏହା ପରେ ପନ୍ତ ମଧ୍ୟ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
ଶ୍ରେୟାସଙ୍କ ସହ ପୂଜାରା ଇନିଂସକୁ ଆଗକୁ ନେଇଥିଲେ। ଉଭୟ ଚମତ୍କାର ବ୍ୟାଟିଂ କରି ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ପୂଜାରା ତାଙ୍କ ଶତକରେ ପହଞ୍ଚିବା ପୂର୍ବରୁ ୯୦ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହା ପରେ ଅକ୍ଷର ପଟେଲ ଶ୍ରେୟାସଙ୍କ ସହ ୧୯ ରନ ଯୋଡିଥିଲେ, କିନ୍ତୁ ସେ ଦିନର ଶେଷ ବଲରେ ମଧ୍ୟ ଆଉଟ୍‌ ହୋଇଥିଲେ। ବର୍ତ୍ତମାନ ଶ୍ରେୟାସ ଆୟାର କ୍ରିଜରେ ରହିଛନ୍ତି। ଏଥିସହିତ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ଏପର୍ଯ୍ୟନ୍ତ ବ୍ୟାଟିଂ କରିନାହାଁନ୍ତି।

Share