Categories: ଖେଳ

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି।

ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ଯାଇଥିବାବେଳେ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ବାଂଲାଦେଶ ନେଦରଲାଣ୍ଡ ଏବଂ ଜିମ୍ବାୱେକୁ ପରାସ୍ତ କରି ଚାରି ପଏଣ୍ଟ ହାସଲ କରିଛି। ଟିମ୍‌ ବାଂଲା ମଧ୍ୟ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି।

ଟି -୨୦ ବିଶ୍ୱକପରେ ୬ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହେଉଛନ୍ତି। ଏହାପୂର୍ବରୁ ୨୦୧୬ ବିଶ୍ୱକପରେ ଭାରତୀୟ ଦଳ ୨୩ ମାର୍ଚ୍ଚରେ ବାଂଲାଦେଶଠାରୁ ମାତ୍ର ଗୋଟିଏ ରନ ଜିତିଥିଲା।

Share