Categories: ଖେଳ

ଭାରତ-ବାଂଲାଦେଶ ମହିଳା ଏକଦିବସୀୟ ସିରିଜର ଶେଷ ମ୍ୟାଚ ଟାଇ…

ଢାକା,୨୨।୭ : ଭାରତ ଏବଂ ବାଂଲାଦେଶ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଢାକାରେ ଖେଳା ଯାଇଥିବା ଶେଷ ମ୍ୟାଚ ଟାଇରେ ଶେଷ ହୋଇଛି। ତିନି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଶେଷ ହୋଇଛି। ଫଳରେ ଟ୍ରଫିକୁ ଉଭୟ ଦଳ ମଧ୍ୟରେ ବାଣ୍ଟିବାକୁ ପଡିଛି। ଶେଷ ମ୍ୟାଚରେ ବାଂଲାଦେଶ ଟସ ଜିତି ବ୍ୟାଟିଂ ପ୍ରଥମେ ଫର୍ଗାନା ହକଙ୍କ ଶତକ ଆଧାରରେ ୨୨୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୨୫ ରନ ସ୍କୋର କରିଥିଲା। ଫଳରେ ମ୍ୟାଚ ଟାଇରେ ଶେଷ ହୋଇଥିଲା।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଶେଷ ଚାରିଟି ବଲରେ ଭାରତକୁ ଜିତିବା ପାଇଁ ଗୋଟିଏ ରନ ଆବଶ୍ୟକ ଥିଲା। କିନ୍ତୁ ମେଘନା ସିଂ ୱିକେଟ କିପରଙ୍କୁ କ୍ୟାଚ ଦେଇଥିଲେ ଏବଂ ଟିମ ଇଣ୍ଡିଆ ମ୍ୟାଚ ଜିତି ପାରି ନ ଥିଲା। ଏହା ସହ ଭାରତ ମଧ୍ୟ ସିରିଜ ଜିତିବାର ସୁଯୋଗ ହରାଇଥିଲା। ବର୍ଷା ଯୋଗୁ ସମୟ ନଷ୍ଟ ଶେଷ ହୋଇଯାଇଥିଲା। ଅଫିସିଆଲ ଟାଇମ ଆଉଟ ଯୋଗୁ ସୁପର ଓଭର ହୋଇପାରି ନ ଥିଲା।

Share