ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ,୨୮ ।୬: ଭାରତ ପକ୍ଷରୁ ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ ଅଭିଯୋଗ ରହିଛି କି ଏହାର ଟୁଇଟର ଆକାଉଣ୍ଟ ଦ୍ୱାରା ଭୁଲ ଖବର ଓ ଦୁଷ୍ପ୍ରଚାର କରାଯାଉଛି । କୁହାଯାଉଛି କି ଭାରତ ପକ୍ଷରୁ ଆଉ କିଛି ଦୂତାବାସ ଉପରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।
ଏପଟେ ପାକିସ୍ତାନର ବୈଦଶିକ ମନ୍ତ୍ରଣାଳୟ ଟୁଇଟ କରି କହିଛି, ଭାରତ ଟୁଇଟର ଦ୍ୱାରା ଇରାନ, ତୁର୍କ୍ରି ,ମିଶ୍ର ଓ ସଂଯୁକ୍ତ ରାଷ୍ଟ୍ରରେ ଥିବା ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦେଇଛି । ପାକିସ୍ତାନ ଆଶା ବ୍ୟକ୍ତ କରିଛି କି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ ।
ସୂଚନାଯୋଗ୍ୟ, ପୂର୍ବରୁ ବି ଟୁଇଟର ଦ୍ୱାରା ପାକିସ୍ତାନରେ ରାଷ୍ଟ୍ରୀୟ ସାର୍ବଜନିକ ପ୍ରସାରକ ରେଡିଓ ପାକିସ୍ତାନର ଆକାଉଣ୍ଟକୁ ବନ୍ଦ କର ଦିଆଯାଇଥିଲା ।

Share