Categories: ଖେଳ

ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କଲା ଭାରତ: ସିରିଜ୍‌ ୨-୦ରେ ଅଗ୍ରଣୀ

ଥିରୁଭାନନ୍ତପୁରମ୍‌,୨୬।୧୧: ଥିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି। ଏହା ସହ ଟିମ ଇଣ୍ଡିଆ ମଧ୍ୟ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ଅଗ୍ରଣୀ ହାସଲ କରିଛି। ପ୍ରଥମେ ଖେଳିବା ପରେ ୟଶସ୍ବୀ ଜୟସ୍ବାଲ, ଇଶାନ କିଶନ ଏବଂ ରିଙ୍କୁ ସିଂଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୯୧ ରନ ସ୍କୋର କରିପାପାରିଥିଲା। ଏହିପରି ଟିମ ଇଣ୍ଡିଆ ୪୪ଟି ରନ କରି ଦ୍ୱିତୀୟ ଟି-୨୦ ଜିତିଥିଲା। ଅଷ୍ଟ୍ରେଲିଆ ପାଇଁ ମାର୍କସ ଷ୍ଟୋଇନିସ ସର୍ବାଧିକ ୪୫ ରନ ସ୍କୋର କରିଥିଲେ। ଟିମ ଡେଭିଡ ୩୭ରନର ଇନିଂସ ଖେଳିଥିଲେ ଏବଂ ମାଥ୍ୟୁ ୱେଡ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଭାରତ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ମୁକେଶ କୁମାର, ଅକ୍ଷର ପଟେଲ ଏବଂ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Share