ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ। ବାଙ୍ଗାଲୋରର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୨୦ ରନ୍ରେ ବିଜେତା ହୋଇଛି।
ଭାରତ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ ହରାଇ ୨୭୭ ରନ୍ କରିଥିଲା। ଜବାବରେ ବାଲାଂଦେଶ ଟିମ୍ ୨୦ ଓଭରରେ ୩ ଉଇକେଟ ହରାଇ ମାତ୍ର ୧୫୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଫଳରେ ଟିମ୍ ଇଣ୍ଡିଆ ବିଜେତା ହୋଇଛି।
କହିରଖୁଛୁ ଯେ, ପୂର୍ବରୁ ୨୦୧୨ ଏବଂ ୨୦୧୭ରେ ଭାରତର ଦୃଷ୍ଟିହୀନ ଟିମ୍ ବିଶ୍ୱକପ୍ ଜିତିଥିଲା। ଏବେ ତୃତୀୟ ଥର ପାଇଁ ଦଳ ଏହି ଟୁର୍ନାମେଣ୍ଟ ଜିତିବାର ଗୌରବ ଅର୍ଜନ କରିଛି।