Categories: ଖେଳ

ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ

ଡବଲିନ୍‌,୧୯।୮: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ୨ ରନ୍‌ର ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଜସପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି -୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ସାମ୍ନାରେ ୧୪୦ ରନ ଲକ୍ଷ୍ୟ ଥିଲା, କିନ୍ତୁ ବର୍ଷା ହେତୁ ଖେଳ ପୂରା ହୋଇପାରିନଥିଲା। ବର୍ଷା ହେତୁ ଖେଳ ବନ୍ଦ ହେବା ବେଳକୁ ଟିମ ଇଣ୍ଡିଆ ୬.୫ ଓଭରରେ ୨ ଉଇକେଟ୍‌ରେ ୪୭ ରନ୍‌ ସଂଗ୍ରହ କରିଥିଲା। ଏହା ପରେ ଖେଳ ଆଉ ଆରମ୍ଭ ହୋଇପାରିଲନାହିଁ। ତେବେ ଡକ୍ୱର୍ଥ-ଲୁଇସ ନିୟମ ଦ୍ୱାରା ଭାରତୀୟ ଦଳ ମ୍ୟାଚ ଜିତିଛି।

ଏହି ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍‌ରାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଭାବରେ ମନୋନୀତ କରାଯାଇଛି। ଜସପ୍ରୀତ ୪ ଓଭରରେ ୨୪ରନ ଦେଇ ୨ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ରାସ୍ତା ଦେଖାଇଥିଲେ।

Share