Categories: ଖେଳ

ଜାପାନକୁ ୩-୧ରେ ପରାସ୍ତକଲା ଭାରତ

ନୂଆଦିଲ୍ଲୀ,୨୬ା୫: ଜୁନିୟର ଏସିଆ କପ୍‌ ହକିରେ ଜାପାନକୁ ୩-୧ରେ ପରାସ୍ତ କରିଛି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ୦-୧ରେ ପଛୁଆ ରହିବା ପରେ ଭାରତୀୟ ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ସହଜରେ ଜିତି ନେଇଥିଲେ। ଭାରତ ପକ୍ଷରୁ ଅରିଜିତ୍‌ ସିଂ ହୁଣ୍ଡାଲ(୩୬), ଶାରଦାନନ୍ଦ ତିଓ୍ବାରୀ(୩୯) ଓ ଉତ୍ତମ ସିଂ ୫୬ ତମ ମିନିଟରେ ଗୋଲ ଦେଇଥିବା ବେଳେ ଜାପାନ ପକ୍ଷରୁ କୁମ୍ପେଇ ୟସୁଦା ୧୯ ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ୟସୁଦା ଜାପାନ ପାଇଁ ପ୍ରଥମ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଥିଲେ ମଧ୍ୟ ଗୋଲ ସ୍କୋର ହୋଇ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ୦-୧ରେ ପଛୁଆ ରହିଥିବା ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଅରିଜିତ ୩୬ ତମ ମିନଟରେ ଅରିଜିତ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ଏହାର ୩ ମିନିଟ ପରେ ଶାରଦାନନ୍ଦ ତିଓ୍ବାରୀ ଏକ ଚମତ୍କାର ଗୋଲ ଜରିଆରେ ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ। ଅନ୍ତିମ କ୍ୱାର୍ଟରରେ ମ୍ୟାଚ୍‌ ଶେଷ ହେବାକୁ ୪ ମିନିଟ ରହିଥିବା ବେଳେ ଉତ୍ତମ ସିଂ ଏକ ଗୋଲ୍‌ ମାରିଥିଲେ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ ମେ ୨୭ ତାରିଖରେ ପାକିସ୍ତାନ ବିପକ୍ଷରେ ଓ ଅନ୍ତିମ ମ୍ୟାଚ ଥାଇଲାଣ୍ଡ ବିପକ୍ଷରେ ୨୮ ତାରିଖରେ ଖେଳିବ।

Share