Categories: ଖେଳ

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍‌ ଇଣ୍ଡିଆ

ପୋଚେଫଷ୍ଟରୁମ, ୨୭।୧: ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ପୋଚେଫଷ୍ଟରୁମ୍‌ର ସେନଓ୍ବେସ ପାର୍କରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପରେ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ର ବିଜେତା ଦଳକୁ ଭେଟିବ।

ଟସ୍‌ ହାରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଟିମ୍‌। ହେଲେ ଆରମ୍ଭରୁ ଦଳ ଉଇକେଟ ହରାଇଥିଲା। ପରେ ଦଳ ଜିତିବା ଲାଗି ଭାରତକୁ ୧୦୮ ରନ୍‌ର ଟାର୍ଗେଟ ଦେଇଥିଲା। ଭାରତ ଏହାକୁ ୧୪.୨ ଓଭରରେ ହାସଲ କରିନେଇଥିଲା। ଶ୍ୱେତା ସେହରାଓ୍ବତ ପୁଣିଥରେ ଦମ୍‌ଦାର ଖେଳି ୪୫ ବଲ୍‌ରେ ୬୧ ରନ୍‌ କରିଥିଲେ। ସେହିଭଳି ସୌମ୍ୟା ତିଓ୍ବାରୀ ୨୨ରନ୍‌ର ଇନିଂସ ଖେଳିଥିଲେ।

Share