Categories: ଖେଳ

ରୋମାଞ୍ଚକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ର ହିରୋ ଥିଲେ ବିରାଟ କୋହଲି। ସେ ମାତ୍ର ୫୨ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। ଟାର୍ଗେଟ୍‌କୁ ପିଛା କରି ଭାରତ ୩୧ ରନ୍‌ରେ ଚାରି ଉଇକେଟ ହରାଇଥିଲା, କିନ୍ତୁ କୋହଲି-ପାଣ୍ଡ୍ୟା ଯୋଡି ଦଳକୁ ଏକ ଶକ୍ତିଶାଳୀ ସ୍ଥିତିକୁ ନେଇଥିଲେ। ଉଭୟ ୧୧୩ରନ ଭାଗିଦାରୀ କରିଥିଲେ। ଶେଷ ଓଭରରେ ଭାରତ ୧୬ ରନ ଆବଶ୍ୟକ କରିଥିଲା।
ଏହି ଓଭରରେ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକଙ୍କୁ ମଧ୍ୟ ଆଉଟ୍‌ ହୋଇଥିଲେ। କିନ୍ତୁ ଓଭରର ଚତୁର୍ଥ ବଲରେ କୋହଲିଙ୍କ ୬ କାରଣରୁ ଭାରତ ୬ଟି ଉଇକେଟ ହରାଇ ୧୬୦ ରନ ହାସଲ କରିଥିଲା। କୋହଲି ୫୩ ଟି ବଲରୁ ଅପରାଜିତ ୮୨ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଓ ଚାରିଟି ଛକା ସାମିଲ ଥିଲା। ଗୋଟିଏ ଚୌକା ଏବଂ ଦୁଇଟି ଛକା ସହାୟତାରେ ୩୭ ବଲରେ ୪୦ ରନ ସଂଗ୍ରହ କରିଥିଲେ।
ରବିବାର ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୫୯ରେ ସୀମିତ ରଖିବାରେ ସାହାଯ୍ୟ କରିଛି ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଲ ବୋଲିଂ କରିଥିଲା। ଚାରି ଓଭରରେ ୩୨ ରନ ଦେଇ ଅର୍ଶଦୀପ ୩ଟି ଉଇକେଟ ନେଇଥିଲେ।

Share