Categories: ଖେଳ

ଥାଇଲାଣ୍ଡକୁ ହରାଇଲା ଭାରତ

ସାଲେ(ଓମାନ), ୨୮ା୮(ପି.ଟି.): ମହିଳା ୫ଏ-ସାଇଡ୍‌ ଏସିଆନ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତର ଅପରାଜେୟ ଧାରା ବଜାୟ ରହିଛି। ଦଳ ରବିବାର ଟୁର୍ନାମେଣ୍ଟରେ ଏହାର ତୃତୀୟ ମ୍ୟାଚରେ ଥାଇଲାଣ୍ଡକୁ ୫-୪ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ନବଜୋତ କୌର (୧ମ ମିନିଟ), ମୋନିକା ଦିପି ଟୋପୋ (୭ମ), ମହିମା ଚୌଧାରୀ (୨୦ତମ) ଏବଂ ଅଜମିନା କୁଜୁର (୩୦ତମ) ପ୍ରମୁଖ ଗୋଲ୍‌ ସ୍କୋର କରିଥିଲେ।

ଥାଇଲାଣ୍ଡ ତରଫରୁ ଗୋଲ୍‌ ଦେଇଥିଲେ ପିରେସରାମ୍‌ ଆନଙ୍ଗନାତ୍‌ (୩ୟ), ଅନ୍‌ଜାଇ ସାଥାକରନ (୧୦ମ, ୧୪ତମ) ଏବଂ ସୁଓ୍ବାପାତ୍‌ କୋନ୍‌ଥଙ୍ଗ୍‌ (୧୯ତମ)। ପୂର୍ବରୁ ଭାରତ ଶୁକ୍ରବାର ଏହାର ପ୍ରଥମ ଗେମ୍‌ରେ ମାଲେସିଆକୁ ୭-୨ ଗୋଲ୍‌ରେ ଏବଂ ଶନିବାର ରାତିରେ ଦ୍ୱିତୀୟ ମ୍ୟାଚରେ ଜାପାନକୁ ୭-୧ ଗୋଲ୍‌ରେ ହରାଇ ଦେଇଥିଲା।

Share