ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ, ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇଲା

ନୂଆଦିଲ୍ଲୀ,୨୬।୯: ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ସୁଧାର ଆସିଛି। ଏଥିସହ ବିଶ୍ବରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି। ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସ୍ବରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି।

୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର ମୂଲ୍ୟାଙ୍କନ କରୁଛି। ୨୦୨୪ର ଏହି ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ ୩୮.୯ ପଏଣ୍ଟ ମିଳିଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ୨୭ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା ୮୧.୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ

ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

‘ଦୁର୍ଗାପୂଜା କରିବ ତ ୫ ଲକ୍ଷ ଟଙ୍କା ଦିଅ’, ବାଂଲାଦେଶରେ ହିନ୍ଦୁ ମିନ୍ଦିରକୁ ମିଳୁଛି ଧମକ

ଢାକା,୨୬।୯: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉନାହିଁ। ଦୁର୍ଗା ପୂଜା ପୂର୍ବରୁ ବାଂଲାଦେଶର ଇସଲାମ ଗୋଷ୍ଠୀ ପକ୍ଷରୁ କିଛି ମନ୍ଦିରକୁ ଧମକ ଦିଆଯାଇଛି।...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ...

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri