ପଞ୍ଚମ ସ୍ଥାନରେ ଭାରତ: ମାସକରେ ଗଲାଣି ୧୮ ହଜାରରୁ ଉର୍ଦ୍ଧ୍ୱ ଜୀବନ

ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ଦିନରେ ୫୫ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରି ସାରିଛି। ଯାହା ଉଭୟ ସରକାର ଓ ସାଧାରଣ ଜନତାଙ୍କ ଚିନ୍ତାକୁ ବଢାଇ ଦେଇଛି। ଗତ ୨୪ ଘଣ୍ଟାରେ ୭୭୯ଜଣଙ୍କ ମୃତ୍ୟୁ ହେବା ଫଳରେ ଏବେ ଦେଶରେ ମୃତକଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରି ସାରିଛି। ଗତ ୭ ଦିନ ମଧ୍ୟରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସମସ୍ତଙ୍କୁ ଚକିତ କରିଛି। ଭାରତ ଏବେ କରୋନା ମୃତ୍ୟୁ ହାରରେ ପଞ୍ଚମ ଥାନରେ ପହଞ୍ଚିଛି। ପୂର୍ବରୁ ଇଟାଲୀ ଏହି ସ୍ଥାନରେ ଥିବା ବେଳେ ଭାରତ ଏବେ ୫ମ ସ୍ଥାନରେ ପହଞ୍ଚିବା ଆଉ ଏକ ଚିନ୍ତାର କାରଣ। ପୂର୍ବରୁ ଇଟାଲୀ ୩୫,୧୩୨ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ପଞ୍ଚମ ସ୍ଥାନରେ ଥିବା ବେଳେ ଗୁରୁବାର ଭାରତ ୩୫,୭୪୭ ମୃତ୍ୟୁ ସଂଖ୍ୟାକୁ ନେଇ ଇଟାଲୀକୁ ପଛରେ ପକାଇ ଦେଇଛି। ତେବେ ଦେଶରେ କେବଳ ଜୁଲାଇ ମାସରେ ୧୮,୩୫୬ ଜଣଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବମାସ ତୁଳନାରେ ଏହା ଯଥେଷ୍ଟ ଅଧିକ।

Share