Categories: ଜାତୀୟ

ଏଲଏସିରେ ଭାରତ ଦୃଢ଼ ସୁରକ୍ଷା ପ୍ରସ୍ତୁତି: ୬୮ ହଜାର ଅତିରିକ୍ତ ଯବାନ, ୯୦ ଟ୍ୟାଙ୍କ ମୁତୟନ…

ଲେହ,୧୪।୮ : ଭାରତ ଏଲଏସି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛି। ପୂର୍ବ ଲଦାଖରେ ଭାରତ ତାଇନା ଅନ୍ତର୍ଜାତୀୟ ସୀମାରେ ୬୮ ହଜାର ଅତିରିକ୍ତ ଯବାନ ଏବଂ ୯୦ ଟ୍ୟାଙ୍କ ନିୟୋଜିତ କରାଯାଇଛି।

ମିଗ -୨୯ ସ୍କ୍ବଡ୍ରନ ଏବଂ ଡ୍ରୋନ ମଧ୍ୟ କଶ୍ମୀରରେ ସୂରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଯାହା ଦ୍ୱାରା ଉଭୟ ପାକିସ୍ଥାନ ଏବଂ ଚାଇନ ସୀମା ଉପରେ ନଜର ରଖାଯାଇ ପାରିବ।

ଭାରତୀୟ ବାୟୁସେନା ବର୍ତ୍ତମାନ ଲଦାଖରୁ ଯୁଦ୍ଧ ବିମାନ ଅପରେଶନ ପାଇଁ ତୃତୀୟ ଏୟାରବେସ ପାଇବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ୧୩୭୦୦ ଫୁଟ ଉଚ୍ଚରେ ନବୀକରଣ କରି ଏକ ନୂତନ ଯୁଦ୍ଧ ବିମାନ ବେସ ପ୍ରସ୍ତୁତ କରାଯାଉଛି। ପ୍ରାୟ ୨.୭ କିଲୋମିଟର ଲମ୍ବା ରନୱେ ସମ୍ପୂର୍ଣ୍ଣ କଂକ୍ରିଟ ହେବ ଏବଂ ରନୱେ ସହିତ ବାକି କାର୍ଯ୍ୟ ମଧ୍ୟ ଆସନ୍ତା ୨୦ ରୁ ୨୨ମାସ ମଧ୍ୟରେ ଶେଷ ହେବ।

ପୂର୍ବରୁ ଲେହ ଏବଂ ଥାଉସରେ ଏୟାରବେସ ରହିଛି। ଏହା ବ୍ୟତୀତ ସ୍ବତନ୍ତ୍ର ଅପରେଶନ ପରିବହନ ବିମାନ ଏବଂ ହେଲିକପ୍ଟର ଅପରେଶନ ପାଇଁ ୩ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଅଛି, ଯେଉଁଥିରେ ନିଓମା, ଦୌଲତ ବେଗ ଓଲଡି, ଫୁକେ ଅନ୍ତର୍ଭୁକ୍ତ। ଗତ ତିନିବର୍ଷ ମଧ୍ୟରେ ଏଲଏସି ନିକଟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାରେ ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପ୍ରଭାବଶାଳୀ ପ୍ରମାଣିତ ହେବ।

Share