Categories: ଜାତୀୟ

‘କାମ କରୁନାହିଁ ଇଣ୍ଡିଆ ବ୍ଲକ୍’, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶଙ୍କ ପ୍ରଥମ ପ୍ରତିକ୍ରିୟା

ପାଟନା, ୨୮।୧: ଜନତା ଦଳ (ୟୁନାଇଟେଡ୍) ସଭାପତି ନୀତୀଶ କୁମାର ରବିବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆଉ ଇଣ୍ଡିଆ ମହାମେଣ୍ଟର ଅଂଶ ନୁହଁନ୍ତି। ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କୁମାରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ହେବାକୁ କହିଛନ୍ତି।

ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତୀଶ କହିଛନ୍ତି, “ମହାଗଠବନ୍ଧନ ସମାପ୍ତ ହୋଇଛି। ମୁଁ ସମସ୍ତଙ୍କର ପରାମର୍ଶ ଶୁଣିଛି। ଗ୍ରାଣ୍ଡ ଆଲାଇନ୍ସରେ ସ୍ଥିତି ଭଲ ନଥିଲା। ବର୍ତ୍ତମାନ, ଯଦି ଆମର ପୂର୍ବ ସହଯୋଗୀ (ଭଜପା) ଆମ ସହିତ ଯୋଗ ଦିଅନ୍ତି, ଆମେ ଆଗକୁ ବଧିବୁ। ଆମେ ଇଣ୍ଡିଆ ବ୍ଲକ୍ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହା କାମ କରୁନଥିଲା ବୋଲି ଇସ୍ତଫା ପରେ କୁମାର ଗଣମାଧ୍ୟମକୁ କହିଛନ୍ତି।

କୁମାରଙ୍କ କହିବା ଅନୁଯାୟୀ ଏହି ପରିସ୍ଥିତି ଘଟିଛି କାରଣ “ସବୁକିଛି ଠିକ୍ ଚାଲି ନଥିଲା। “… ମୁଁ ସମସ୍ତଙ୍କଠାରୁ ମତାମତ ନେଉଥିଲି। ମୁଁ ସେସବୁ ଶୁଣିଲି। ଆଜି ସରକାର ଭାଙ୍ଗିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Share