Categories: ଜାତୀୟ

ଭୋଟଗଣତି ପୂର୍ବରୁ ଇସିଙ୍କୁ ଭେଟିଲେ ଇଣ୍ଡିଆ ବ୍ଲକ୍‌ ନେତା

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନ ଭୋଟଗଣତି ପୂର୍ବରୁ ବିରୋଧୀ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ନେତାମାନେ ରବିବାର ନିର୍ବାଚନ କମିଶନ (ଇସି)ଙ୍କୁ ଭେଟିଛନ୍ତି। ସେମାନେ ଇସିଙ୍କ ସହ ଗଣତି ନିୟମାବଳୀ ଉପରେ ଆଲୋଚନା କରିବା ସହ ଧାର୍ଯ୍ୟ ପ୍ରକ୍ରିୟାଗୁଡ଼ିକ ଯେପରି ଅନୁପାଳନ ହୁଏ, ତାହା ସୁନିଶ୍ଚିତ କରିବାକୁ କହିଥିଲେ।

ଇଣ୍ଡିଆ ବ୍ଲକ୍‌ର ନେତାମାନେ ନୂଆଦିଲ୍ଲୀରେ ବୈଠକ କରି ଗଣତି ଦିବସ ପାଇଁ ରଣକୌଶଳ ପ୍ରସ୍ତୁତ କରିଥିଲେ। ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟା ଶେଷ ନ ହେବା ଯାଏ, ମେଣ୍ଟ ଦଳର କର୍ମୀମାନେ କାଉଣ୍ଟିଂ ହଲ୍‌ ଛାଡ଼ି ନ ଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Share