୪ ବର୍ଷ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ

ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଥାନା ଅଧୀନ ଆଟୋ ଗ୍ରାମର କୁନିଝିଅ ଭାନଭୀ ଭାବ୍ୟାଂଶିଖା। ତାଙ୍କର ଏହି ସଫଳତା ଜିଲା ପାଇଁ ଗୌରବ ଆଣିଛି।
ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ ଝିଅ ଭାନଭୀ ଏବେ ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ୍‌କେଜିର ଛାତ୍ରୀ। ଖୁବ୍‌ ଚଞ୍ଚଳ ପ୍ରକୃତିର ଭାନଭୀଙ୍କ ପ୍ରତିଭା। ସ୍କୁଲରେ ପାଠପଢ଼ାରେ ଯେମିତି ଆଗରେ ଠିକ୍‌ ସେମିତି ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି। କେବଳ ରାଇମ୍ସ ନୁହେଁ ଅନେକ ଶ୍ଲୋକ ବି ମନେରଖି ଖୁବ୍‌ ପ୍ରାଞ୍ଜଳ ଭାବେ ଗାଇ ପାରନ୍ତି। ଦୁନିଆ ବିଷୟରେ ଠିକ୍‌ ଭାବେ ବୁଝି ପାରି ନ ଥିବା ଭାନଭୀ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖିଥିବା କହନ୍ତି। ଝିଅର ଏଭଳି ସଫଳତା ନେଇ ମା’ ବାପା ବେଶ୍‌ ଖୁସି ଥିବାବେଳେ ଆଗକୁ ଅନେକ ରେକର୍ଡ ପାଇଁ ପ୍ରଚେଷ୍ଟା କରୁଥିବା କହିଛନ୍ତି। ସ୍କୁଲ ତରଫରୁ ଭାନଭୀଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ମା’ ବାପା କହନ୍ତି, ଭାନଭୀର ଶିଖିବାର ଇଚ୍ଛା ଓ ନିଶା, କ୍ୟାମେରା ସାମ୍ନାରେ ତାହା ପ୍ରକାଶ କରିବାର ଆଗ୍ରହ ତାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ଦେଇଛି। ଏହା ବ୍ୟତୀତ ନାଚ ଓ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ରହିଛି। ସମସ୍ତଙ୍କୁ ପୁରସ୍କାର ପାଇବାର ଦେଖି ସେ ଅଝଟ କରୁଥିଲେ। ଏଣୁ ସେମାନେ ତାଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ଆଉ ଏଥିରେ ଝିଅ ସଫଳତା ପାଇବା ପରେ ସେମାନେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ପୁଣି ଆସୁଛି ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା...

ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍‌କୁ...

୫ ଉପକୂଳ ଜିଲାରେ ସୃଷ୍ଟି ହେବ ହେନ୍ତାଳବଣ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳ ଜିଲା ପାଇଁ ବରଦାନ ସାଜୁଛି ହେନ୍ତାଳବଣ। ତେଣୁ ହେନ୍ତାଳ ବଣର ଗୁରୁତ୍ୱକୁ ଉପଲବ୍ଧି...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ...

୬୦ ହଜାର ହେକ୍ଟର ଜମି ପ୍ରଭାବିତ

କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ...

ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri