ନୂଆଦିଲ୍ଲୀ,୧୯।୧୨:ଆଡିଲେଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୯/୧ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ। ମାତ୍ର ୩୬ ରନ୍ କରି ଦଳ ୯ ଉଇକେଟ ହରାଇଥିଲା। ଶେଷରେ ୯୦ରନ୍ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଘରୋଇ ଟିମ୍। ତେବେ ୬୫ ବର୍ଷ ପରେ ଭାରତର ଏଭଳି ଲଜ୍ଜାଜନକ ସ୍କୋର ପରେ ସୋସିଆଲ ମିଡିଆରେ ମଜା ଉଡାଯାଉଛି।
ବିରେନ୍ଦ୍ର ସେହଓ୍ବାଗ ଟୁଇଟ୍ କରି ମ୍ୟାଚ୍କୁ ଭୁଲିବା ପାଇଁ ଓଟିପି ୪୯୨୦୪୦୮୪୦୪୧ ବୋଲି ଲେଖିଛନ୍ତି। ସେହିଭଳି ଅଭିଜିତ ଗାଙ୍ଗୁଲି, ଓ୍ବାସିମ୍ ଜାଫରଙ୍କ ଭଳି ଦିଗ୍ଗଜ ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ରନ୍ କରିବାକୁ ମଜା ଉଡାଇଛନ୍ତି।
ଦେଖନ୍ତୁ ସେଭଳି କିଛି ପ୍ରତିକ୍ରିୟା..
The OTP to forget this is 49204084041 .#INDvsAUSTest
— Virender Sehwag (@virendersehwag) December 19, 2020