ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ଆଗରେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଇଂଲଣ୍ଡ ହାସଲ କରିପାରି ନ ଥିଲା ବଡ଼ ସ୍କୋର। ଜାସନ ରୟ ୪୬, ଅଧିନାୟକ ଇଆନ ମୋର୍ଗାନ ୨୮, ଦାଓ୍ବିଦ ମଲାନ ୨୪ ଓ ବେନ ଷ୍ଟୋକ୍ସ ୨୪ ରନ୍ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର ୨ ଲେଖାଏ ଉଇକେଟ ନେଇଥିଲେ।