Categories: ଖେଳ

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର ମଇଦାନରେ ଘରୋଇ ଟିମ୍‌କୁ ହରାଇବାରେ ପ୍ରଥମ ଟିମ୍‌ ହୋଇଛି ଭାରତ। ୧୯୮୮ରେ ଶେଷ ଥର ପାଇଁ ଏହି ମଇଦାନରେ ଓ୍ବେଷ୍ଟଇଣ୍ଡିଜ୍‌ ବିଜୟ ଲାଭ କରିଥିଲା।

୩୨ ବର୍ଷ ପରେ ଟିମ୍‌ ପେନ୍‌ଙ୍କ ନେତୃତ୍ୱାଧିନ କଙ୍ଗାରୁ ଦଳ ପଞ୍ଚମ ତଥା ଅନ୍ତିମ ଦିନ ୭ ଉଇକେଟ ହରାଇ ୩୨୮ ରନ୍‌ ହାସଲ କରିଥିଲା। ଭାରତର ଦ୍ୱିତୀୟ ପାଳିରେ ହିରୋ ପାଲଟିଥିଲେ ଋଷଭ ପନ୍ତ(୮୯), ଶୁଭମନ ଗିଲ(୯୧) ଏବଂ ଚେତେଶ୍ୱର ପୂଜାରା(୫୬)। ଶେଷ ଦିନ ୪/୦ରୁ ଳେ ଆରମ୍ଭ କରିଥିବା ଭାରତୀୟ ଟିମ୍‌ ୯୭ଓଭରରେ ବିଜେତା ପାଲଟିଥିଲେ। ଏଥିସହ ଦଳ ସବୁଠାରୁ ବଡ ଲକ୍ଷ୍ୟକୁ ପିଛା କରିବାର ରେକର୍ଡ କରିଛି। ଟେଷ୍ଟ ଇତିହାସରେ ଏହା ତୃତୀୟ ସର୍ବଶ୍ରେଷ୍ଠ ସ୍କୋର।

ପୂର୍ବରୁ ଗାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୬ ଟେଷ୍ଟ ଖେଳାଯାଇଥିଲା। ଏଥିରେ ୫ଟିରେ ଅଷ୍ଟ୍ରେଲିଆ ବିଜେତା ହୋଇଥିବା ବେଳେ ଗୋଟିଏ ଡ୍ର ରହିଥିଲା।

Share