ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍‌ ଡୋଜ୍‌…

ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ ଟିକାକରଣରେ ନିଜର ପୂର୍ବ ରେକର୍ଡ ଭାଙ୍ଗିଛି। ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୩.୯୮ କୋଟି ଲୋକଙ୍କୁ ଭାକ୍ସିନ୍‌ ଡୋଜ୍‌ ଦିଆଯାଇଛି। ଜୁନ୍‌୧୯ରୁ ୨୫ ମଧ୍ୟରେ ଭାରତ ଏଭଳି ସଫଳତା ହାସଲ କରିଛି। ଏହା ପୂର୍ବରୁ ଏପ୍ରିଲ୍‌ ୩ରୁ ୯ ମଧ୍ୟରେ ୨.୪୭ କୋଟି ଭାକ୍ସିନ୍‌ ଡୋଜ୍‌ ପ୍ରଦାନ କରାଯାଇଥିଲା। ଜୁନ୍‌ ୧୨ରୁ ୧୮ ମଧ୍ୟରେ ୨.୧୨ କୋଟି ଲୋକଙ୍କୁ ଭାକ୍ସିନ୍‌ ଡୋଜ୍‌ ଦିଆଯାଇଥିଲା। ଜୁନ୍‌ ୨୧ଠାରୁ ନୂଆ ମାର୍ଗଦର୍ଶିକା ଅନୁସାରେ ଭାକ୍ସିନ୍‌ ପ୍ରଦାନ କରାଯାଉଛି। ଜୁଲାଇରେ ୨୦ କୋଟି ଏବଂ ଅଗଷ୍ଟରେ ୩୦ କୋଟି ଭାକ୍ସିନ୍‌ ଡୋଜ୍‌ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମେ’ ୧୫ରୁ ୨୧ ମଧ୍ୟରେ ଦେଶରେ ଭାକ୍ସିନ୍‌ ଡୋଜ୍‌ ପ୍ରଦାନ ସଂଖ୍ୟା ସର୍ବନିମ୍ନ ଥିଲା। ଏହି ସପ୍ତାହରେ ୯୨ ଲକ୍ଷ ଲୋକଙ୍କୁ ଡୋଜ୍‌ ଦିଆଯାଇଥିବା ନେଇ କୋଓ୍ବିନ୍‌ ଆପ୍‌ ପ୍ଲାଟର୍ଫମରୁ ଜଣାପଡ଼ିଛି।

Share