Categories: ଜାତୀୟ

ସିଏଏ ଆମର ଆଭ୍ୟନ୍ତରୀଣ ମାମଲା, ଯିଏ ଭାରତକୁ ନ ବୁଝନ୍ତି ଜ୍ଞାନ ନ ଦିଅନ୍ତୁ; ଆମେରିକାକୁ କଡ଼ା ଭାଷାରେ ଜବାବ ଦେଲା ଭାରତ…

ନୂଆଦିଲ୍ଲୀ,୧୫।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ଆମେରିକା ଦେଇଥିବା ବୟାନକୁ ଭୁଲ ଏବଂ ଅନୁଚିତ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସଓ୍ବାଲ କହିଛନ୍ତି ଯେ, ସିଏଏ ୨୦୧୯ ଭାରତର ଆଭ୍ୟନ୍ତରୀଣ ବିଷୟ। ଏହାର ଲାଗୁ ହେବାକୁ ନେଇ ଆମେରିକାର ବୟାନ ଭୁଲ ତଥ୍ୟ ପ୍ରଦାନକାରୀ ଏବଂ ଅନୁଚିତ ଅଟେ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର୍‌ କହିଥିଲେ, ଆମେ ମାର୍ଚ୍ଚ ୧୧ରେ ଆସିଥିବା ସିଏଏ ଅଧିନିୟମକୁ ନେଇ ଚିନ୍ତିତ। ଏହାକୁ କିଭଳି ଲାଗୁ କରାଯିବ ସେନେଇ ଦୃଷ୍ଟି ଦେଉଛୁ। ଧାର୍ମିକ ସ୍ବତନ୍ତ୍ରତାର ସମ୍ମାନ ଏବଂ ସମସ୍ତ ସମୁଦାୟ ଲାଗି ଆଇନ ଅନୁଯାୟୀ ସମାନ ବ୍ୟବହାର ମୌଳିକ ଲୋକତାନ୍ତ୍ରିକ ସିଦ୍ଧାନ୍ତ ବୋଲି ସେ କହିଥିଲେ।

ତେବେ ଆମେରିକା ପକ୍ଷରୁ ଅଧିନିୟମକୁ ନେଇ ଚିନ୍ତା ପ୍ରକଟ କରାଯିବା ପରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି ମାମଲାରେ କୌଣସି ବଡ଼ ଦେଶର ବିଚାରକୁ ଶୁଣାଯିବ ନାହିଁ, କାରଣ ସେମାନଙ୍କ ପାଖରେ ଭାରତର ବିଶେଷତା ଏବଂ ପରମ୍ପରାକୁ ବୁଝିବାର ସୀମିତ ଜ୍ଞାନ ରହିଛି।

Share