Advertisement
Categories: ଖେଳ

ଅନଭିଜ୍ଞ ବୋଲିଂ ଆଟାକ୍‌ ସହ ପଡିଆକୁ ଓହ୍ଲାଇଲା ଭାରତ

ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍‌ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳକୁ ପ୍ରାରମ୍ଭିକ ୨ଟି ଝଟ୍‌କା ଲାଗିଥିଲା। ଡେଭିଡ ଓ୍ବାର୍ନର ଶୂନ ଏବଂ ମାର୍କସ ହାରିସ ୫ ରନ୍‌ରେ ଆଉଟ୍‌ ହୋଇଥିଲେ। ଆହତ କାରଣରୁ ଟିମ ଇଣ୍ଡିଆର ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ୱିନ ୪ର୍ଥ ଟେଷ୍ଟ ଖେଳୁନାହାନ୍ତି। ବୁମ୍‌ରାଙ୍କ ବଦଳରେ ଟି ନଟରାଜନ ଟେଷ୍ଟରେ ଡେବ୍ୟୁ କରିଛନ୍ତି।ସେହିପରି ଅଶ୍ୱିନଙ୍କ ବଦଳରେ ୱାଶିଂଟନ ସୁନ୍ଦର ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel