ରୁଷିଆ ସହ ମଜଭୁତ ସମ୍ପର୍କକୁ ବ୍ୟବହାର କରି ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିପାରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷିଆ ସହିତ ଐତିହାସିକ ସମ୍ପର୍କ ବ୍ୟବହାର କରିବାକୁ ଭାରତକୁ ନିବେଦନ କରିଛି ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରାଷ୍ଟ୍ରପତି ପୁଟିନଙ୍କୁ କହିଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ଏହି ଆବେଦନ କରିଛନ୍ତି। ମାଥ୍ୟୁ ମିଲର କହିଛନ୍ତି ଯେ ‘ରୁଷିଆ ସହିତ ଭାରତର ପୁରୁଣା ଏବଂ ଦୃଢ ସମ୍ପର୍କ ରହିଛି ଏବଂ ସମସ୍ତେ ଏହା ଜାଣନ୍ତି। ୟୁକ୍ରେନ ବିରୁଦ୍ଧରେ ଚାଲିଥିବା ବେଆଇନ ଯୁଦ୍ଧକୁ ବନ୍ଦ କରିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ନିବେଦନ କରିବାକୁ ଆମେ ରୁଷିଆ ସହିତ ଭାରତର ସମ୍ପର୍କକୁ ବ୍ୟବହାର କରିବାକୁ ଚାହୁଁଛୁ।

ମିଲର କହିଛନ୍ତି ଯେ ଭାରତ ପୁଟିନଙ୍କୁ କହୁ ସେ ଜାତିସଂଘର ଚାର୍ଟରକୁ ସମ୍ମାନ ଦେବା ଉଚିତ ଏବଂ ୟୁକ୍ରେନର ଆଞ୍ଚଳିକ ସାର୍ବଭୌମତ୍ୱକୁ ମଧ୍ୟ ସମ୍ମାନ ଦେବା ଉଚିତ। ଭାରତ ମଧ୍ୟ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ, ତେଣୁ ଆମେ ରୁଷିଆକୁ ମନାଇବା ପାଇଁ ଚେଷ୍ଟା କରିବାକୁ ଚାହୁଁଛୁ। ଆମେରିକାର ବୈଦେଶିକ ବିଭାଗର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଆସିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ସମାଲୋଚନା କରିବା ସହ ଶାନ୍ତି ପ୍ରୟାସରେ ଏହା ଏକ ବଡ ଝଟ୍‌କା ହେବ ବୋଲି କହିଛି। ଆମେରିକା ମଧ୍ୟ ଭାରତ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲା।

Share