Categories: ଜାତୀୟ

ଆଜି ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ: ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ପ୍ୟାରିସ୍‌,୨୯ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସମ୍ଭାବ୍ୟ ପଦକ ରେସ୍‌ରେ ନିଜକୁ ସାମିଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ଆଉ ୨ ଜଣ ଭାରତୀୟ। ରବିବାର ୧୦ ମିଟର ଏୟାର ରାଇଫଲ ମହିଳା ଓ ପୁରୁଷ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା। ଆଜି ଏହି ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ।
ଭାରତର କାର୍ଯ୍ୟସୂଚୀ(ସୋମବାର)
ଶୁଟିଂ: ୧୦ ମିଟର ଏୟାର ରାଇଫଲ ମହିଳା ଫାଇନାଲ(ସମୟ : ଅପରାହ୍ନ ୧.୦୦)
ରମିତା ଜିନ୍ଦଲ
୧୦ ମିଟର ଏୟାର ରାଇଫଲ ପୁରୁଷ ଫାଇନାଲ(ସମୟ : ଅପରାହ୍ନ ୩.୩୦)
ଅର୍ଜୁନ ବବୁତା
୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ (ଅପରାହ୍ନ ୧୨.୪୫)
ମନୁ ଭାକର-ସରବଜୋତ ସିଂ, ରିଦିମ୍‌ ସାଙ୍ଗଓ୍ବନ-ଅର୍ଜୁନ ସିଂ ଚିମା
ଟ୍ରାପ୍‌ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ(ଅପରାହ୍ନ ୧.୦୦)
ପୃଥ୍ବୀରାଜ ଟୋଣ୍ଡାଇମାନ।
ଆର୍ଚେରୀ : ପୁରୁଷ ଦଳ କ୍ୱାର୍ଟର ଫାଇନାଲ
ତରୁଣଦୀପ ରାୟ, ପ୍ରବୀଣ ଯାଦବ, ଧୀରଜ ବୋମ୍ମାଦେବରା ସମୟ: ସନ୍ଧ୍ୟା ୬.୩୧।

Share