Categories: ଜାତୀୟ

କଠିନ ସମୟ ଦେଇ ଗତି କରୁଛି ଭାରତ-କାନାଡା ସମ୍ପର୍କ: ଜୟଶଙ୍କର

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ମଧ୍ୟରେ ଫାଟ ଜାରି ରହିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ ଲୋକଙ୍କ ଭିଜା ବନ୍ଦକୁ ନେଇ ସବୁଠାରୁ ବଡ ଚିନ୍ତା ସାଜିଛି। ଏହି ପ୍ରସଙ୍ଗରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପରିସ୍ଥିତି ସୁଧାରିବା ମାତ୍ରେ ଭିଜା ପୁନ!ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏହା କହିଛନ୍ତି।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, କିଛି ସପ୍ତାହ ପୂର୍ବରୁ ଭାରତ ସରକାର କାନାଡାକୁ ଭିଜା ଦେବା ବନ୍ଦ କରିଦେଇଥିଲେ। ଭାରତୀୟ କୂଟନୀତିଜ୍ଞଙ୍କ ପାଇଁ ଏଭଳି ସୁବିଧା ଜାରି ରଖିବା ନିରାପଦ ନୁହେଁ। ସେମାନଙ୍କୁ ଭିସା ଦେବା ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଯିବା ନିରାପଦ ନୁହେଁ, ତେଣୁ ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ପ୍ରାଥମିକତା ଦେଇ ଭିଜା ପ୍ରଦାନ ସୁବିଧାକୁ ସାମୟିକ ଭାବେ ବନ୍ଦ କରିବାକୁ ପଡିବ।
ଏହି ସମଗ୍ର ବିଷୟ ଉପରେ ନଜର ରଖାଯାଉଛି। ସେ କହିଛନ୍ତି ଯେ ଯଦି ପରିସ୍ଥିତି କିଛି ମାତ୍ରାରେ ସ୍ବାଭାବିକ ହୁଏ ତେବେ ଆମେ ଏହି ସୁବିଧା ପୁନଃଆରମ୍ଭ କରିବା ପାଇଁ କାର୍ଯ୍ୟ କରିବୁ। ଭିଏନା ସମ୍ମିଳନୀର କୂଟନୀତିଜ୍ଞଙ୍କ ସୁରକ୍ଷା ନିଶ୍ଚିତ କରିବା ହେଉଛି ମୌଳିକ ଦିଗ। ଏହାକୁ କାନାଡାର ଅନେକ ଉପାୟରେ ଚ୍ୟାଲେଞ୍ଜ କରାଯାଇଛି। ଆମ ଲୋକ ସୁରକ୍ଷିତ ନାହାନ୍ତି। କୂଟନୀତିଜ୍ଞମାନେ ସୁରକ୍ଷିତ ନାହାନ୍ତି।

Share