Categories: ଜାତୀୟ

ଭାରତ-କାନାଡା ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଚିନ୍ତିତ ଅକାଳୀ ଦଳ, କେନ୍ଦ୍ର ସରକାରଙ୍କୁ କଲା ଏହି ଦାବି

ନୂଆଦିଲ୍ଲୀ,୨୨।୯: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିଆ ଗୁରୁବାର କେନ୍ଦ୍ର ସରକାରଙ୍କୁ କାନାଡା ଲୋକଙ୍କ ପାଇଁ ଭିସା ସେବା ସ୍ଥଗିତ ରଖିବା ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ କହିଛନ୍ତି। ସେ କହିଛନ୍ତି , ଏହି ନିଷ୍ପତ୍ତି କାନାଡାରେ ରହୁଥିବା ପଞ୍ଜାବୀଙ୍କ ପରିବାର ପାଇଁ ଏକ ବଡ ଝଟକା ହେବ। ଭାରତ ଗୁରୁବାର କାନାଡା ଲୋକଙ୍କ ପାଇଁ ନିଜ ଭିଜା ସେବାକୁ ଆଗାମୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।

ଜୁନ୍‌ରେ ଖାଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନଙ୍କର ହାତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କରେ ତିକ୍ତତା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ବିକ୍ରମ ସିଂ ମଜିଠିଆ କହିଛନ୍ତି , କାନାଡାର ନାଗରିକଙ୍କ ପାଇଁ ଭିଜା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାନାଡାରେ ଅବସ୍ଥାପିତ ଲକ୍ଷ ଲକ୍ଷ ପଞ୍ଜାବୀଙ୍କ ପାଇଁ ଏକ ବଡ଼ ଝଟକା। ନିଜ ପରିବାରକୁ ଭେଟିବା ପାଇଁ ସେମାନେ ବେଳେବେଳେ ଭାରତ, ବିଶେଷକରି ପଞ୍ଜାବକୁ ଆସନ୍ତି । ଏହା ବ୍ୟତୀତ ଏହି ନିଷ୍ପତ୍ତି ସେମାନଙ୍କ ପାଇଁ ଆର୍ଥିକ, ଭାବନାତ୍ମକ ଏବଂ ସାମାଜିକ କ୍ଷତି ମଧ୍ୟ କରିପାରେ। ମଜିଠିଆ କହିଛନ୍ତି, ମୁଁ ଭାରତ ସରକାରଙ୍କୁ ତାଙ୍କ ନିଷ୍ପତ୍ତି ସମୀକ୍ଷା କରିବାକୁ ଅନୁରୋଧ କରୁଛି କାରଣ କିଛି ବ୍ୟକ୍ତିଙ୍କ କାରଣରୁ ଲୋକ-ସମ୍ପର୍କ ପ୍ରଭାବିତ ହେବା ଉଚିତ୍‌ ନୁହେଁ।

Share