Categories: ଖେଳ

ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଫାଇନାଲ, ଦୋହରାଇବ ୨୦୦୭ ଟି-୨୦ ବିଶ୍ୱକପ୍‌ର ଇତିହାସ

ନୂଆଦିଲ୍ଲୀ,୧୩।୭: ଫାଇନାଲରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଖେଳାଯାଉଥିବା ଓ୍ବାଲର୍‌ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍‌ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିୟନ୍ସ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଚାମ୍ପିୟନ୍ସ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଏବଂ ପାକିସ୍ତାନ ଚାମ୍ପିୟନ୍ସ ସେମିଫାଇନାଲରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟାଇଟଲ ମ୍ୟାଚରେ ସ୍ଥାନ ପାଇଛି। ଏହି ଟି -୨୦ଲିଗ ର ଫାଇନାଲ ୨୦୦୭ ଟି -୨୦ ବିଶ୍ୱକପ ଇତିହାସକୁ ପୁନରାବୃତ୍ତି କରିପାରେ, କାରଣ ଉଭୟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ୨୦୦୭ଟି -୨୦ ବିଶ୍ୱକପ୍‌ ଫାଇନାଲର ମଧ୍ୟ ଅଂଶ ଥିଲେ।

ଓ୍ବାଲର୍‌ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍‌ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିଅନ୍ସ ମଧ୍ୟରେ ଅନ୍ତିମ ମ୍ୟାଚ ଆଜି ଅର୍ଥାତ୍‌ ଜୁଲାଇ ୧୩ ଶନିବାର ଦିନ ବର୍ମିଂହାମର ଏଡବାଷ୍ଟନ ଠାରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ରାତି ୯ ଟାରୁ ଆରମ୍ଭ ହେବ।

୨୦୦୭ ଟି -୨୦ ବିଶ୍ୱକପ୍‌ ଫାଇନାଲରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହୋଇଥିଲେ। ଜୋହାନ୍ସବର୍ଗରେ ଖେଳାଯାଇଥିବା ସେହି ଅନ୍ତିମ ମ୍ୟାଚରେ ଟିମ ଇଣ୍ଡିଆ ୫ ରନ୍‌ରେ ବିଜୟୀ ହାସଲ କରିଥିଲା।

Share