Categories: ଜାତୀୟ

ପାଞ୍ଚ ବର୍ଷରେ ଚାଇନା ସୀମାରେ ନିର୍ମାଣ କରାଯାଇଛି ୨୦୮୮ କିଲୋମିଟର ସଡ଼କ, ଖର୍ଚ୍ଚ ହୋଇଛି ୧୫.୪୭୭ କୋଟି ଟଙ୍କା

ନୂଆଦିଲ୍ଲୀ,୨୬ ।୭: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ଚାଇନା ସୀମାକୁ ଲାଗି ରହିଥିବା ଅଞ୍ଚଳରେ ୨୦୮୮ କିଲୋମିଟର ସଡ଼କ ନିର୍ମାଣ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୫,୪୭୭ କୋଟି ଟଙ୍କା । ସରକାରଙ୍କ ପକ୍ଷରୁ ସୋମବାର ଲୋକ ସଭାରେ ଏହି ସୂଚନା ଦିଆଯାଇଛି ।
ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ସରକାର ସୀମାରେ ସଡ଼କ ନିର୍ମାଣକୁ ମଜଭୁତ କରିବାକୁ ପ୍ରାୟ ୩ ହଜାର ୫୯୫ କିଲୋମିଟର ଲମ୍ବା ସଡ଼କ ନିର୍ମାଣ ପରିଯୋଜନାରେ ୨୦,୭୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ପାକିସ୍ତାନ, ବାଂଲାଦେଶ, ମ୍ୟାନମାର ସହ ସୀମାବର୍ତ୍ତୀ ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟ ସାମିଲ ରହିଛି ।

Share