ୟୁକ୍ରେନ୍‌ ଊପରେ ଆଣବିକ ଆକ୍ରମଣ ନ କରିବାକୁ ରୁଷିଆକୁ ପରାମର୍ଶ ଦେଇଥିଲେ ଭାରତ-ଚାଇନା: ଆମେରିକା…

ଓ୍ବାଶିଂଟନ,୨୫।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରିଥାନ୍ତେ। ମାତ୍ର ଭାରତ ଏବଂ ଚାଇନା ତାଙ୍କୁ ସେ କରିବାରୁ ନିବୃତ ହେବାକୁ ପରାମର୍ଶ ଦେଇଥିଲେ। ଗଣମାଧ୍ୟମ ଦ ଆଟଲାଣ୍ଟିକୁ ଦେଇଥିବା ଏକ ସାକ୍ଷାତକାରରେ ବ୍ଲିଙ୍କେନ କହିଛନ୍ତି ଯେ ପୁଟିନ ଏହି ଯୁଦ୍ଧରେ ଅଧିକ ଅଯୌକ୍ତିକ ପ୍ରତିକ୍ରିୟା କରିପାରିଥାନ୍ତେ। ମସ୍କୋରୁ ଆଣବିକ ଆକ୍ରମଣର ବାରମ୍ବାର ଧମକ ଆସିଥିଲା। ଏହା ଏକ ଚିନ୍ତାର ବିଷୟ ମଧ୍ୟ ଥିଲା।

ବ୍ଲିଙ୍କେନ କହିଛନ୍ତି, ଯେଉଁ ଦେଶମାନଙ୍କ ଏହି ଯୁଦ୍ଧକୁ ଶେଷ କରିବା ଲାଗି ଉଦ୍ୟମ ରହିଛି ଆମେ ସେଭଳି ସମସ୍ତ ଦେଶକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛୁ । ଏଥିରେ ଚାଇନା ଏବଂ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି। ଉଭୟ ଦେଶ ରୁଷିଆକୁ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ନ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହା ସଫଳ ହୋଇଥିଲା।

Share