Categories: ଜାତୀୟ

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ସେନା କମାଣ୍ଡର ଏପର୍ଯ୍ୟନ୍ତ ୯ଥର କଥାବାର୍ତ୍ତା ହୋଇ ସାରିଲେଣି । ଯଦିଓ ଲାଗୁଛି ଏଥିରେ କିଛି ପ୍ରଗତି ହୋଇଛି କିନ୍ତୁ ଏହାକୁ ସମାଧାନ ଭାବେ ଗ୍ରହଣ କରାଯାଇ ନ ପାରେ । ସୀମାରେ ଏହାର କୌଣସି ପ୍ରଭାବ ଦେଖାଯାଉ ନାହିଁ । ଭାରତ ଓ ଚାଇନା ମଧ୍ୟରେ ଗତବର୍ଷ ମେ’ ମାସରୁ ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସେନା ଓ ରାଜନୈତିକ ସ୍ତରରେ କଥାବାର୍ତ୍ତା ସରିଥିଲେ ବି ଏହାର କୌଣସି ସମାଧାନ ବାହାରିପାରୁ ନାହିଁ । ଆଗକୁ ମଧ୍ୟ ଏପରି ଆଲୋଚନା ହୋଇପାରେ ହେଲେ ଏହାର ସମାଧାନ କାହିଁ ପରିଲକ୍ଷିତ ହେଉ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବ ଲଦ୍ଦାଖରେ ଏବେବି ସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବା ବେଳେ ଦୁଇ ଦେଶର ସେନା ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

Share