ଇଟାନଗର,୧।୧୦: ଚାଇନା ସର୍ବଦା ଅରୁଣାଚଳ ପ୍ରଦେଶ ଉପରେ ଦାବି କରିଆସୁଛି। କିନ୍ତୁ ଭାରତ ତାଙ୍କୁ ଖୋଲାଖୋଲି ଭାବେ କହିଛି ଯେ, ଉତ୍ତର-ପୂର୍ବ ଏହି ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ତାଙ୍କର ଦାବିରୁ କିଛି ହେବ ନାହିଁ। ଅରୁଣାଚଳ ପ୍ରଦେଶର ଲୋକମାନେ ମଧ୍ୟ ସମାନ କଥା କହିଛନ୍ତି। ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳର ଗ୍ରାମବାସୀ ଅରୁଣାଚଳ ପ୍ରଦେଶ ପ୍ରତି ଚାଇନାର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅଂଶ ହୋଇ ରହିବ।
ଅଗଷ୍ଟ ମାସରେ ଚାଇନାର ଏକ ମାନଚିତ୍ର ପ୍ରକାଶ ପାଇଥିଲା ଯେଉଁଥିରେ ଅରୁଣାଚଳ ପ୍ରଦେଶ ଏବଂ ଅକସାଇ ଚାଇନା ଏହାର ଅଂଶ ଭାବରେ ଦର୍ଶାଇଥିଲା। ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଜିଲା ଚାଇନା ସହିତ ଏହାର ସୀମା ବାଣ୍ଟିଛି। ଏହି ଜିଲାର ସେଙ୍ଗନୁପ, ଖାରସେନେଙ୍ଗ ଏବଂ ଗ୍ରେଙ୍ଗଖୋର ଗାଁର ଗ୍ରାମବାସୀ କହିଛନ୍ତି ଯେ, ସେମାନେ ଶାନ୍ତିପୂର୍ଣ୍ଣ ପରିବେଶରେ ବାସ କରୁଛନ୍ତି। ସେମାନେ କହିଛନ୍ତି, ଭାରତୀୟ ସେନାର ଉପସ୍ଥିତି ଯୋଗୁ ସେମାନେ ଏଠାରେ ନିଜକୁ ସୁରକ୍ଷିତ ମଣୁଛନ୍ତି। ଆମେ ଭାରତୀୟ ହୋଇଥିବାରୁ ଗର୍ବିତ ।