Categories: ଜାତୀୟ

ଭାରତ-ଚାଇନା ପୁଣି ମୁହାଁମୁହିଁ: ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

ଇଟ୍ଟାନଗର,୮।୧୦: ଅରୁଣାଚଳ ପ୍ରଦେଶରେ ନିକଟରେ ପୁଣି ଭାରତ-ଚାଇନା ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ ଲାଇନ୍‌ ଅଫ୍‌ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି) ନିକଟରେ ଚାଇନା ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ପ୍ରାୟ ୨୦୦ ଚୀନ ସେନାଙ୍କୁ ଭାରତୀୟ ସେନା କାବୁ କରି ନେଇଥିଲେ। ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହେବା ପରେ ଭାରତୀୟ ସେନା ସେମାନଙ୍କୁ ଛାଡି ଦେଇଥିଲେ। ଏଥିରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍‌ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି।

Share