ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇ ସୀମା ସ୍ଥିତି ଅନୁଧ୍ୟାନ ପରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ତିକ୍ତତା ଲାଗି ରହିଛି। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଥି ସହିତ ଆମର ସୈନିକମାନଙ୍କର ମନୋବଳ ଦୃଢ ଅଛି, ସେମାନେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେନା ମୁଖ୍ୟ କହିଛନ୍ତି, ମୁଁ ଲେହରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲି। ବିଭିନ୍ନ ଅଧିକାରୀଙ୍କ କଥା ହୋଇ ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରିଛି। ସୈନିକମାନଙ୍କର ସମସ୍ତ ଆହ୍ବାନକୁ ପୂରଣ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।