ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦଳର ସଂସଦୀୟ ଦଳ ବୈଠକ ପରେ କଂଗ୍ରେସ ନେତା ତଥା ଅନ୍ୟ ବିରୋଧୀ ଦଳର ନେତାମାନେ ସଂସଦ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି।
ବିରୋଧୀ ଦଳର ନେତାମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସଂସଦରେ ଚାଇନା ସହ ମୁହାଁମୁହିଁ ହେବା ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। ସୋନିଆ ଗାନ୍ଧୀ କହିଛନ୍ତି ଯେ ସରକାର ଆଲୋଚନା ନ କରିବାକୁ ଜିଦ ଧରିଥିବାବେଳେ ଜନସାଧାରଣ ଏବଂ ଗୃହ ସୀମାର ପ୍ରକୃତ ସ୍ଥିତି ଜାଣିବାକୁ ଚାହୁଁଛନ୍ତି।