Categories: ଜାତୀୟ

ସୀମାରୁ ଦୁଇ ଦିନରେ ୨ଶହ ଟ୍ୟାଙ୍କ ହଟାଇଲାଣି ଚାଇନା!

ନୂଆଦିଲ୍ଲୀ,୧୨ ।୨: ଲଦ୍ଦାଖ ନିକଟ ଏଲଏସିରେ ଭାରତ-ଚାଇନା ମଧ୍ୟରେ ପାଖାପାଖି ୯ ମାସ ହେବ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଏଥର ପୁଣିଥରେ ଚାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା କଥା ହେବା ପରେ ୨ ଦିନ ମଧ୍ୟରେ ଚାଇନା ପ୍ରାୟ ୨୦୦ରୁ ଅଧିକ ଟ୍ୟାଙ୍କ ସୀମାରୁ ହଟାଇ ଦେଇଛି । ଅନୁମାନ କରାଯାଉଛି କି ଆସନ୍ତା ୧୫ ଦିନ ମଧ୍ୟରେ ଚାଇନା ପୋଙ୍ଗଙ୍ଗ ଲେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଖାଲି କରିପାରେ । ଯଦି ଏହା ଖାଲି କରାଗଲା ଏହାପରେ ଭାରତ ସରକାର ଅନ୍ୟ ଅଞ୍ଚଳକୁ ଖାଲି କରିବାକୁ କହିବେ । ସୂଚନାଯୋଗ୍ୟ, ଗୁରୁବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଜ୍ୟ ସଭାରେ ସୂଚନା ଦେଇଥିଲେ କି ଚାଇନା ସେନା ଫିଙ୍ଗର ଆଠରୁ ପଛକୁ ହଟିବାକୁ ରାଜି ହୋଇଛନ୍ତି ।

Share