Posted inଜାତୀୟ

ଦୀପାବଳି ପୂର୍ବରୁ ଏଲ୍‌ଏସିରୁ ହଟିବେ ଭାରତ-ଚାଇନା !

ନୂଆଦିଲ୍ଲୀ,୧୧।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଖୁବ୍‌ ଶୀଘ୍ର ହେବ ବୋଲି କୁହାଯାଉଛି। ଦୀପାବଳି ପୂର୍ବରୁ ଦୁଇ ପକ୍ଷ ବିବାଦୀୟ ଅଞ୍ଚଳରୁ ପଛକୁ ହଟିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଫିଙ୍ଗର ଏବଂ ପୋଙ୍ଗାଙ୍ଗ୍‌ ହ୍ରଦ ଅଞ୍ଚଳକୁ ଖାଲି କରି ନିଜ ନିଜର ପୂର୍ବ ସ୍ଥିତିକୁ ଫେରିଯିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି। ସରକାରୀ ସୂତ୍ର ଅନୁସାରେ ପୋଙ୍ଗାଙ୍ଗ୍‌ର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରୁ ଭାରତ ନିଜ ସେନାଙ୍କୁ ହଟାଇବ। ସେହିପରି ଚାଇନା ମଧ୍ୟ ସେନ୍ୟ ବାହିନୀଙ୍କୁ ପଛକୁ ନେଇଯିବ। ସୀମାରେ ଶାନ୍ତି ପାଇଁ ଭାରତ ଚାଇନା ମଧ୍ୟରେ ତ୍ରିସ୍ତରୀୟ ଯୋଜନା ଉପରେ ସହମତି ପ୍ରକାଶ ପାଇଛି। ପୋଙ୍ଗାଙ୍ଗ୍‌ ଅଞ୍ଚଳରୁ ସୈନ୍ୟ, ଟ୍ୟାଙ୍କ ସମେତ ଅନ୍ୟ ସରଞ୍ଜାମକୁ ଫେରାଇ ଅଣାଯିବ। ଦୁଇପକ୍ଷ ନିଜର ୩୦ ପ୍ରତିଶତ ସୈନ୍ୟବଳ ବିବାଦୀୟ ଅଞ୍ଚଳରୁ ହଟାଇବେ। ୩ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଚାଇନା ଫିଙ୍ଗର-୮ ଅଞ୍ଚଳରୁ ପଛକୁ ଫେରିବ। ସେହିପରି ଭାରତୀୟ ସେନା ଧାନ ସିଂ ଥାପା ପୋଷ୍ଟକୁ ଫେରି ଆସିବେ। ଉତ୍ତେଜନା ସମୟରେ ଚୁଶୁଲ ଏବଂ ରେଜାଙ୍ଗ୍‌ ଲା ପାହାଡ଼ରେ ଅଧିକୃତ ହୋଇଥିବା ଅଞ୍ଚଳକୁ ଉଭୟ ପକ୍ଷ ଖାଲି କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ….

ପାଟନା,୨୪।୯: ବିହାରର ଅରରିଆ ଜିଲା ମହଲଗାଓଁ ଥାନା ପୋଖରିଆ ଗ୍ରାମରେ ଏକ ଜମି ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିବା ପୋଲିସ ଟିମ୍‌ ଉପରେ ସ୍ଥାନୀୟ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

ପୋଲିସ ଗୁଳିରେ ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ବାଇ,୨୩ା୯:ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା...

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri