ଭାରତ-ଚାଇନା ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ: ଆସିଲା ରିପୋର୍ଟ

ନୂଆଦିଲ୍ଲୀ/ବେଜିଂ,୨୦।୩: ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏଥିରେ ୧୪୫ଟି ଦେଶକୁ ୬୦ଟି ପ୍ରମୁଖ ତଥ୍ୟ ଆଧାରରେ ତୁଳନା କରାଯାଇଛି ବୋଲି ଦାବି କରାଯାଇଛି। ଏହି ଆଧାରରେ ୧୪୫ ଦେଶର ସାମରିକ ଶକ୍ତି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ, ସାମରିକ ଶକ୍ତି ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଚାଇନା ତୃତୀୟ ସ୍ଥାନରେ ରହିଛି।
ଗ୍ଲୋବାଲ ଫାୟାର ପାୱାର କହିଛି ଯେ, ମିଲିଟାରୀ ପାୱାର ୨୦୨୪ର ରିପୋର୍ଟ ପ୍ରସ୍ତୁତ କରିବାବେଳେ ଦେଶର ଭୌଗୋଳିକ ଅବସ୍ଥିତି, ସେମାନଙ୍କ ପ୍ରଯୁକ୍ତିବିଦ୍ୟା, ଦେଶର ବିସ୍ତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଧ୍ୟାନରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏକ ଆଦର୍ଶ ପାଓ୍ବାର ଇଣ୍ଡେକ୍ସ ହେଉଛି ୦.୦୦୦୦। ବର୍ତ୍ତମାନ କୌଣସି ଦେଶର ଶକ୍ତି ସୂଚକାଙ୍କ ୦.୦୦୦୦ ନୁହେଁ। ଏହି ସୂତ୍ର ଅନୁଯାୟୀ, ଯେଉଁ ଦେଶର ସଂଖ୍ୟା କମ, ସେମାନେ ଅଧିକ ଶକ୍ତିଶାଳୀ ବିବେଚିତ ହେବେ। ଏହି ଅନୁଯାୟୀ, ଆମେରିକାର ପାୱାର ଇଣ୍ଡେକ୍ସ ୦.୦୬୯୯ରେ ସର୍ବନିମ୍ନ ଅଟେ, ଯାହା ସ୍ପଷ୍ଟ କରେ ଯେ ଆମେରିକା ବିଶ୍ୱରେ ମଧ୍ୟ ନିଜର ପ୍ରଭାବ ବଜାୟ ରଖିଛି।
ଗ୍ଲୋବାଲ ଫାୟାର ଅନୁଯାୟୀ, ରୁଷିଆର ପାଓ୍ବାର ଇଣ୍ଡେକ୍ସ ହେଉଛି ୦.୦୭୦୨, ଚାଇନାର ୦.୦୭୦୬ ଏବଂ ଭାରତର ପାଓ୍ବାର ଇଣ୍ଡେକ୍ସ ହେଉଛି ୦.୧୦୨୩। ଏହି ଆଧାରରେ ଚାଇନା ପରେ ଭାରତ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ବ୍ୟତୀତ ଦକ୍ଷିଣ କୋରିଆ, ବ୍ରିଟେନ, ଜାପାନ, ତୁର୍କୀ, ପାକିସ୍ଥାନ ଏବଂ ଇଟାଲୀ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦ଟି ସାମରିକ ଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ। ଫ୍ରାନ୍ସ ଏକାଦଶ ସ୍ଥାନକୁ ଖସି ଆସିଛି। ଏଥି ସହିତ ଦକ୍ଷିଣ କୋରିଆ, ଜାପାନ ଏବଂ ତୁର୍କୀର ସାମରିକ ଶକ୍ତି ବୃଦ୍ଧି ପାଇଥିବାବେଳେ ପାକିସ୍ତାନର ସାମରିକ ଶକ୍ତି ଦୁର୍ବଳ ହୋଇଛି।
ଗ୍ଲୋବାଲ ଫାୟାର୍‌ ପାୱାର୍‌ ଅର୍ଥାତ୍‌ ଜିଏଫ୍‌ପି ଇଣ୍ଡେକ୍ସରେ ଭାରତ ବିଶ୍ୱର ଶ୍ରେଷ୍ଠ ସାମରିକ ଶକ୍ତି ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

Share