ଅହମ୍ମଦାବାଦ,୧୧।୨: ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍ରେ ବିଜୟ ସହ ସିରିଜ ପୋଛି ନେଲା ଟିମ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ କରି ଟିମ୍ ଇଣ୍ଡିଆ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିନେଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନରେ ଅଲଆଉଟ୍ ହୋଇଯାଇଛି।ପୂର୍ବରୁ ଭାରତ ପ୍ରଥମ ଦୁଇଟି ଦିନିକିଆକୁ ଜିତି ସିରିଜରେ ଆଗୁଆ ରହିଥିଲା। ୨୬୬ ରନ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। କାମଚଳା ଅଧିନାୟକ ନିକୋଲାସ ପୁରନ ଓ ଓଡେନ୍ ସ୍ମିଥଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ।