ଭାରତ ବନ୍ଦ ଡାକରା: ଗାଡ଼ି ଚଳାଚଳ ବନ୍ଦ

ବଲାଙ୍ଗୀର, ୨୧।୮(ସୁନିଲ କୁମାର ମହାନ୍ତି): ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଦାବି କରି ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି । ବଲାଙ୍ଗୀର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସହର ତଥା ଜିଲାର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି । ଜିଲାପାଳ ଅଫିସ, ସିଭିଲ କୋର୍ଟ ସମ୍ମୁଖରେ ବୁଧବାର ସକାଳୁ କମିଟି ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ୟାଙ୍କ, ଡାକଘର, ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଇଛି। ବଲାଙ୍ଗୀର କୋର୍ଟ ସମ୍ମୁଖରେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଦୋଳନକାରୀ ସିଭିଲ କୋର୍ଟ ସମ୍ମୁଖ ରାସ୍ତାକୁ ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗ କରିଛନ୍ତି। ଶାନ୍ତିଶୃଙ୍ଖଳl ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏସଡିପିଓ ପ୍ରଦୀପ କୁମାର ସାହୁ କାହିଛନ୍ତି l

Share