ଭାରତ ବନ୍ଦ, ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ, ୮।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନକୁ ବିରୋଧିକରି ମଙ୍ଗଳବାର ପୂର୍ବାହ୍ନ ୬ ଟାରୁ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି । ବିଭିନ୍ନ କୃଷକ ସଂଗଠନ ସହିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ରୀୟ ଫେଡରେଶନ, କଂଗ୍ରେସ ଓ ବାମଦଳ ଏଥିରେ ସାମିଲ ହୋଇଛନ୍ତି। ନୂତନ କୃଷିନୀତି ପ୍ରତ୍ୟାହାର ଦାବିରେ ବିକ୍ଷୋଭକାରୀ ମାନେ ଦଳ ଦଳ ହୋଇ ରେଳଷ୍ଟେଶନ, ବସଷ୍ଟାଣ୍ଡ, କୋର୍ଟ କଚେରୀ, ଜିଲାପାଳ ଅଫିସ, ପରିବା ମାର୍କେଟ, ବ୍ୟାଙ୍କ ଭଳି ବିଭିନ୍ନ ସ୍ଥାନ ବନ୍ଦ କରିଛନ୍ତି।

Share