ନିଆରା ଢଙ୍ଗରେ ଭାରତ ବନ୍ଦ ପାଳନ: ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦ ପାଳନ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବନ୍ଦର ପ୍ରଭାବ ଜୋରଦାର ଦେଖିବାକୁ ମିଳିଛି। ଭାରତ ମୁକ୍ତି ମୋର୍ଚ୍ଚା ଏବଂ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦ୍ୱାରା ପୂର୍ଣ୍ଣ ସମର୍ଥନ ଓ ସହଯୋଗରେ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ, ଭଞ୍ଜନଗର, ବାଲିଗୁଡ଼ା, ରାଇକିଆ ଆଦି ଅଞ୍ଚଳକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ବ୍ଲକିଂ କରି ରାସ୍ତା ଅବରୋଧ କରିଛନ୍ତି। ଦାରିଙ୍ଗବାଡ଼ି ସମେତ ତାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। କିଛି ବ୍ୟାଙ୍କ ଖୋଲିଥିବା ବେଳେ ଆଉ କିଛି ବ୍ୟାଙ୍କ ବନ୍ଦ ରହିଛି। ଜରୁରୀକାଳିନ ସେବାଗୁଡିକ ସୱାଭାବିକ ରହିଥିବା ବେଳେ ପିକେଟିଂ କରି ସ୍କୁଲ କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବିକ୍ଷୋଭକାରୀ ବନ୍ଦ କରାଇଥିଲେ। ଶାନ୍ତି ଶୃଙ୍ଖଳା ତଦାରଖ ପାଇଁ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଇଥିଲେ। ବିକ୍ଷୋଭକାରୀମାନେ ୟୁନିଫର୍ମ ସିଭିଲ କୋଡ (ଯୁସିସି )ଆଇନକୁ ବିରୋଧ କରିବା ସହ ବିକାଶ ନାମରେ ସରକାର ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନକାରୀ ଆଦିବାସୀଙ୍କ ଜୀବନଜୀବିକା ଛଡ଼ାଇ ନେଉଥିବା ଅଭିଯୋଗ କରିଥିଲେ। ବିକ୍ଷୋଭକାରୀମାନେ ଦାରିଙ୍ଗବାଡ଼ି ଚାରିଛକ ସମେତ ବିଭିନ୍ନ ସ୍ଥାନରେ ଝାଡୁ ଧରି ସଫେଇ କରିବା ସହ ଅଞ୍ଚଳକୁ ସଛ ରଖିବାକୁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନ କରିଥିଲେ। ଦାରିଙ୍ଗବାଡ଼ି ବନ୍ଦ ଯୋଗୁ ଦାରିଙ୍ଗବାଡ଼ିକୁ ବୁଲିଆସିଥିବା ପର୍ଯ୍ୟଟକମାନେ ବହୁ ହଇରାଣ ହେବା ସହ ବ୍ରହ୍ମପୁରରୁ ବାଲିଗୁଡ଼ା ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ବିକ୍ଷୋଭକାରୀ ଦାରିଙ୍ଗବାଡ଼ିଠାରେ ଅଟକାଇଥିଲେ। ଫଳରେ ବାଲିଗୁଡ଼ା ଯିବାକୁ ଥିବା ଯାତ୍ରୀମାନେ ପରିବାର ନେଇ ଯାଉଥିବା ଲୋକ ଅଧିକ ପ୍ରଭାବିତ ହୋଇଥିଲେ। ଆନ୍ଦୋଳନରେ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ସମେତ ନାରୀନେତ୍ରୀ ବିଳାସିନୀ ନାୟକ, ବିଦ୍ୟାଧର ମଳିକ, ସୁଜିତ କୁମାର ନାୟକ,ଏଲିଆସ ପ୍ରଧାନ, ପ୍ରଦୀପ ମଲିକ, କୁସନାଥ ପ୍ରଧାନ, ମିଖାଇଲ ପ୍ରଧାନ, ନକୁଳ ପ୍ରଧାନଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri