ଭାରତ ବନ୍ଦ ଡାକରା: ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୨୬।୧୧(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ମହାସଂଘ ଆହ୍ବାନ କ୍ରମେ ଦେଶବ୍ୟାପୀ ଧର୍ମଘଟ ଅନୁଷ୍ଠିତ ହୋଇଛି। ଏ ନେଇ କଟକ ଜିଲା ନିଶ୍ଚିନ୍ତକୋଇଲି ବଜାରରୁ ଏକ ଶୋଭାଯାତ୍ରା ବାହାରି ମେଡିକାଲ ଛକ ଦେଇ ନିଶ୍ଚିନ୍ତକୋଇଲି ବ୍ଲକରେ ପହଞ୍ଚିଥିଲା। ସେଠାରେ ଶ୍ରମିକ ନେତା ତ୍ରୈଲୋକ ନାଥଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଉପରେ ବର୍ଷିଥିଲେ।

Share