Categories: ଜାତୀୟ

ଅରୁଣାଞ୍ଚଳରେ ଚାଇନାର ଗାଁ ନିର୍ମାଣ: ପ୍ରଥମ ଥର ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ,୧୧।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗ୍ରାମ ନିର୍ମାଣ କରିଥିବା ନେଇ ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ଏହି ଘଟଣା ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ନୂଆଦିଲ୍ଲୀ। ଚାଇନା ଅଧିକୃତ ଅଞ୍ଚଳରେ ଗତ କିଛି ବର୍ଷ ହେଲା ଚାଇନା ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମ ଭୂସୀମା ମଧ୍ୟରେ ଗଢ଼ିଉଠିଥିବା ବେଆଇନ ନିର୍ମାଣ କିମ୍ବା ଚାଇନାର ଅଯୁକ୍ତିକର ଦାବିକୁ ଭାରତ ଗ୍ରହଣ କରୁନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଗୁରୁବାର କହିଛନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ଭାରତ-ଚାଇନା ସୀମା ଆକଚୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲଏସି)କୁ ଲାଗି ଚାଇନା ଅଧିକୃତ ଅଞ୍ଚଳରେ ଚାଇନା ଗାଁ ନିର୍ମାଣ କରିଥିବା ଦର୍ଶାଯାଇଥିଲା। ଏହି ଗାଁରେ ଏବେ ବି କେହି ରହୁ ନାହାନ୍ତି।

Share