ବ୍ରିଟେନ୍‌ରେ ହିନ୍ଦୁ ବିରୋଧୀ ହିଂସା ନିନ୍ଦା କଲା ଭାରତ

ଲଣ୍ଡନ,୧୯।୯: ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଅପରାଧ ଘଟଣାକୁ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସୋମବାର ଦୃଢ଼ ନିନ୍ଦା କରିଛି। ହିନ୍ଦୁ ଧର୍ମସ୍ଥଳୀରେ ହିଂସା ଓ ଭଙ୍ଗାରୁଜା ଘଟଣାର ଦୃଢ଼ ପ୍ରତିବାଦ କରାଯାଉଛି ବୋଲି ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବ୍ରିଟେନ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥିସହ ହିନ୍ଦୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ଭାରତୀୟ ଉଚ୍ଚାୟୁକ୍ତ ବ୍ରିଟେନ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଲିସେଷ୍ଟରଶାୟାର ପୋଲିସ କହିଛି।

Share